ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳୁଛି ଶିମିଳିପାଳ ଜଙ୍ଗଲ, ବ୍ୟାପିବା ପୂର୍ବରୁ ଲିଭାଇଲା ସବୁଜ ବାହିନୀ | News Room Odisha

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳୁଛି ଶିମିଳିପାଳ ଜଙ୍ଗଲ, ବ୍ୟାପିବା ପୂର୍ବରୁ ଲିଭାଇଲା ସବୁଜ ବାହିନୀ

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହ ଯୋଗୁଁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗୁଛି । ଶିମିଳିପାଳର ୧୧୫ଟି ପଏଣ୍ଟରେ ନିଆଁ ଲାଗିଥିଲା । ତେବେ ବ୍ୟାପିବା ପୂର୍ବରୁ ଶିମିଳିପାଳର ସବୁଜ ବାହିନୀ ନିଆଁ ଲିଭାଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମ x ରେ ସୂଚନା ଦେଇଛନ୍ତି ଆଇଏଫଏସ ସୁଶାନ୍ତ ନନ୍ଦ । ଶିମିଳିପାଳ ଜଙ୍ଗଲର ତାଳବନ୍ଦ ଓ ଡୁକୁରା ରେଞ୍ଜରେ ଅଧିକ ପରିମାଣରେ ନିଆଁ ଲାଗିଥିଲା । ଗୋଟିଏ ଦିନରେ ୧୩ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିଲା। ଚଳିତବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ଅଗ୍ନିବଳୟ ବା ଫାୟାର ପଏଣ୍ଟ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।