ଦିନ ସାଢେ ୨ ସୁଦ୍ଧା ୪୦ ଡିଗ୍ରୀ ଉପରେ ୮ ସହର, ୪୩ ଡେଇଁଲା ଝାରସୁଗୁଡ଼ା ଓ କେନ୍ଦୁଝର  | News Room Odisha

ଦିନ ସାଢେ ୨ ସୁଦ୍ଧା ୪୦ ଡିଗ୍ରୀ ଉପରେ ୮ ସହର, ୪୩ ଡେଇଁଲା ଝାରସୁଗୁଡ଼ା ଓ କେନ୍ଦୁଝର 

ଭୁବନେଶ୍ୱର – ରାଜ୍ୟରେ ଆଜି ବି ପ୍ରଚଣ୍ଡ ଗରମ ଅନୁଭୂତ ହୋଇଛି। ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆଜି ଦିନ ୨ଟା ୩୦ ମିନିଟ ସୁଦ୍ଧା ରାଜ୍ୟର ୮ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ଝାରସୁଗୁଡା ଓ କେନ୍ଦୁଝର ଉତ୍ତପ୍ତ ସହର ହୋଇଛନ୍ତି । ଏ ଦୁଇ ସହରରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ହୀରାକୁଦ ଓ ରାଉରକେଲାରେ ୪୧ ଦଶମିକ ୮, ସମ୍ବଲପୁରରେ ୪୧ ଦଶମିକ ୭, ଭୁବନେଶ୍ୱରରେ ୪୧.୬, ଚାନ୍ଦବାଲିରେ ୪୧.୬, ବାଲେଶ୍ୱରରେ ୪୦.୫, ପୁରୀରେ ୩୪.୬, ଗୋପାଳପୁର ଓ ପାରାଦ୍ୱୀପରେ ୩୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ରାଜ୍ୟର କେତେକ ‌ସ୍ଥାନରେ କାଳବୈଶାଖୀ ବର୍ଷା ତାତିରୁ ସାମାନ୍ୟ ଆଶ୍ୱସ୍ତି ଆଣିବା ସମ୍ଭାବନା ରହିଛି। ଆସନ୍ତା ଦିନେ ଦୁଇ ଦିନରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ।