ଆଉ ୬ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି , ବାଲିକୁଦା -ଏରସମାରୁ ସାରଦା ଜେନା ପ୍ରାର୍ଥୀ | News Room Odisha

ଆଉ ୬ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି , ବାଲିକୁଦା -ଏରସମାରୁ ସାରଦା ଜେନା ପ୍ରାର୍ଥୀ

ଭୁବନେଶ୍ୱର – ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଉ ୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବାଲିକୁଦା ଏରସମା ଆସନରୁ ସାରଦା ଜେନା ଲଢିବେ । କାକଟପୁରରୁ ଲଢ଼ିବେ ମନ୍ତ୍ରୀ ତୁଷାରକାନ୍ତି ବେହେରା। ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନାରେଖା ବେହେରା, ବାଙ୍ଗିରିପୋଷିରୁ ରଞ୍ଜିତା ମାର୍ଣ୍ଡି, ବରୀରୁ ବିଶ୍ୱରଂଜନ ମଲ୍ଲିକ ନିର୍ବାଚନ ଲଢ଼ିବେ।