ତାପମାତ୍ରାରେ ସାମାନ୍ୟ ହ୍ରାସ: ୪୨ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର, ଆଗକୁ ସ୍ଥିତି ହେବ ଗମ୍ଭୀର | News Room Odisha

ତାପମାତ୍ରାରେ ସାମାନ୍ୟ ହ୍ରାସ: ୪୨ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର, ଆଗକୁ ସ୍ଥିତି ହେବ ଗମ୍ଭୀର

ଭୁବନେଶ୍ୱର – ଆଜି ରାଜ୍ୟର ଅନେକ ସ୍ଥାନରେ ପୂର୍ବାପେକ୍ଷା ଦିନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଅନେକ ସହରରେ ପ୍ରାୟ ୨ ଡିଗ୍ରୀ ସେଲସିୟସ ଯାଏଁ ତାପମାତ୍ରା ହ୍ରାସ ପାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ୧୮ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ଆଜି ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୨ ଦଶମିକ ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ନୟାଗଡ଼ରେ ୪୨ ଦଶମିକ ୨, ଭୁବନେଶ୍ୱର ଓ ବଲାଙ୍ଗୀରରେ ୪୧ ଦଶମିକ ୮, ଅନୁଗୁଳରେ ୪୧ ଦଶମିକ ୭, ମାଲକାନଗିରିରେ ୪୧ ଦଶମିକ ୫, ବାରିପଦାରେ ୪୧ ଦଶମିକ ୨, ନୂଆପଡାରେ ୪୧ ଦଶମିକ ୨, ଟିଟିଲାଗଡ଼ରେ ୪୧, ବୋୖଦ୍ଧରେ ୪୦ ଦଶମିକ ୭ ଓ କଟକରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ବୃଦ୍ଧି ସମ୍ଭାବନା ରହିଛି।