ସାଢେ ୧୧ ବେଳକୁ ୪୦ ଡିଗ୍ରୀ ଉପରେ ୫ ସହର, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ | News Room Odisha

ସାଢେ ୧୧ ବେଳକୁ ୪୦ ଡିଗ୍ରୀ ଉପରେ ୫ ସହର, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଆଜି ମଧ୍ୟ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ଦାଉ ସାଧୁଛି ମୁଣ୍ଡଫଟା ଖରା ଓ ଗୁଳୁଗୁଳି । ଆଗକୁ ଆହୁରି କିଛି ଦିନ ଏଭଳି ପରିସ୍ଥିତି ଲାଗି ରହିବ ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ସାଢେ ୧୧ଟା ବେଳକୁ ୫ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା । ୪୧. ୪ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ସାଢେ ୧୧ ବେଳକୁ ରାଜ୍ୟର ଉତ୍ତପ୍ତ ସହର ଥିଲା । ଭୁବନେଶ୍ୱରରେ ୪୧.୧, କେନ୍ଦୁଝରରେ ୪୦. ୬ ବାଲେଶ୍ଵରରେ ୪୦.୧, ସମ୍ବଲପୁରରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯ ଓ ରାଉରକେଲାରେ ୩୮.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।