ଅସମ୍ଭାଳ ତାତି : ୪୪ .୬ ଡିଗ୍ରୀ ସେଲସିୟସରେ ଜଳିଲା ଭୁବନେଶ୍ୱର | News Room Odisha

ଅସମ୍ଭାଳ ତାତି : ୪୪ .୬ ଡିଗ୍ରୀ ସେଲସିୟସରେ ଜଳିଲା ଭୁବନେଶ୍ୱର

ଭୁବନେଶ୍ୱର – ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ଅସମ୍ଭାଳ ତାତି । ଆଜି ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଟପିଯାଇଛି । ୪୪ .୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଥିଲା । ୫ ସହରରେ ପାରଦ ୪୨ ଡିଗ୍ରୀ ଟପିଛି। ଝାରସୁଗୁଡାରେ ତାପମାତ୍ରା ଥିଲା ୪୩ ଦଶମିକ ୬ ଡିଗ୍ରୀ ସେଲସିୟସ ।
ରାଉରକେଲାରେ ୪୨.୫, ଚାନ୍ଦବାଲିରେ ୪୨.୪ ,ସମ୍ବଲପୁରରେ ୪୨.୧, ହୀରାକୁଦରେ ୪୧.୮, ବାଲେଶ୍ବରରେ ୪୧.୭ କେନ୍ଦୁଝରରେ ୪୧.୫, ଗୋପାଳପୁରରେ ୩୫.୪ ଓ ପୁରୀ ୩୪.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।