ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ | News Room Odisha

ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ନୃପ କରି ବିନୟ ମହାଜନ ଫେରେ । ସାଦର ସକଲ ମାଗନେ ଟେରେ ॥ ଭୂଷନ ବସନ ବାଜି ଗଜ ଦୀହ୍ନେ । ପ୍ରେମ ପୋଷି ଠାଢେ ସବ କୀହ୍ନେ ॥

ଭାବାର୍ଥ :- ରାଜା ଦଶରଥ ବିନୟ ପୂର୍ବକ ଜନକ ପୁରର ସମସ୍ତ ପ୍ରତିଷ୍ଠିତ ମହାଜନଙ୍କୁ ନିଜନିଜ ଘରକୁ ଫେରିଯିବାକୁ କହିଲେ ଏବଂ ପରମ ଆଦରର ସହିତ ମାଗିଯାଚି ବଞ୍ଚୁଥିବା ବଞ୍ଚିତ ମାନଙ୍କୁ ଡକାଇଲେ । ସେମାନଙ୍କୁ ସୁନାର ଗହଣା, ବସ୍ତ୍ର-ଲୁଗାପଟା ସହିତ ହାତୀଘୋଡା ଆଦି ଦେଇ ସମସ୍ତଙ୍କୁ ପ୍ରେମ ଓ ଆଦର ର ସହିତ ପରିପୂର୍ଣ୍ଣ କରି ସମ୍ପର୍ଣ୍ଣ କରିଦେଲେ- ଅର୍ଥାତ୍ ଆର୍ଥିକ ରୂପେ ବଳଯୁକ୍ତ ବା ସମ୍ପର୍ଣ୍ଣ କରିଦେଲେ ।