ପୁରୀ ରେଳଷ୍ଟେସନରେ ଭୁଶୁଡିଲା ନବନିର୍ମିତ କୋଠାର ଛାତ, ୩ ଶ୍ରମିକ ଆହତ | News Room Odisha

ପୁରୀ ରେଳଷ୍ଟେସନରେ ଭୁଶୁଡିଲା ନବନିର୍ମିତ କୋଠାର ଛାତ, ୩ ଶ୍ରମିକ ଆହତ

ପୁରୀ – ପୁରୀ ରେଳଷ୍ଟେସନରେ ଅଘଟଣ । ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡିବାରୁ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ନବନିର୍ମିତ କୋଠାର ଛାତ ପଡିଲା ବେଳେ ଏହା ଭୁଶୁଡି ପଡ଼ିଥିବା ଜଣାପଡିଛି। ଆହତ ହୋଇଥିବା ତିନି ଶ୍ରମିକଙ୍କୁ ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କିଛି ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ। ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।