ପୁରୀ ରେଳ ଷ୍ଟେସନରେ ଛାତ ଭୁଶୁଡ଼ି ବା ଘଟଣାରେ ରେଳବାଇର ସ୍ପଷ୍ଟୀକରଣ  | News Room Odisha

ପୁରୀ ରେଳ ଷ୍ଟେସନରେ ଛାତ ଭୁଶୁଡ଼ି ବା ଘଟଣାରେ ରେଳବାଇର ସ୍ପଷ୍ଟୀକରଣ 

ପୁରୀ – ପୁରୀ ରେଳଷ୍ଟେସନରେ ନବନିର୍ମିତ କୋଠାର ଛାତ ଭୁଶୁଡିବା ଘଟଣାରେ ସ୍ପଷ୍ଟୀକରଣ ଦେଇଛି ରେଳବାଇ । ଛାତ ଭୁଶୁଡ଼ିବା ବେଳେ ୬ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଆହତ ୪ ଜଣ ଶ୍ରମିକଙ୍କୁ ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନେ ସୁସ୍ଥ ଅଛନ୍ତି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ରେଳବାଇ ସୂଚନା ଦେଇଛି । ଆଜି ପୁରୀ ରେଳଷ୍ଟେସନରେ ଏକ ନବନିର୍ମିତ କୋଠାର ଛାତ ପଡ଼ୁଥିବା ବେଳେ ତାହା ଭୁଶୁଡ଼ି ପଡିଥିଲା ।