ସାଲେପୁରରେ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ସଭା : ଦେଲେ ମାଳ ମାଳ ପ୍ରତିଶ୍ରୁତି, ମୋଦି ସରକାରଙ୍କୁ କହିଲେ ଗରିବ ବିରୋଧୀ | News Room Odisha

ସାଲେପୁରରେ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ସଭା : ଦେଲେ ମାଳ ମାଳ ପ୍ରତିଶ୍ରୁତି, ମୋଦି ସରକାରଙ୍କୁ କହିଲେ ଗରିବ ବିରୋଧୀ

ସାଲେପୁର -କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସି ସାଲେପୁରଠାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଦେଇଛନ୍ତି ଏକାଧିକ ପ୍ରତିଶ୍ରୁତି। କଂଗ୍ରେସ କ୍ଷମତାକୁ ଆସିଲେ ‘ପେହଲି ନୌକରୀ ପକ୍କି’ ଯୋଜନା କାର୍ଯ୍ୟକାରୀ କରିବ । ସମସ୍ତ ବେକାର ଯୁବକ ଯୁବତୀଙ୍କୁ କଂଗ୍ରେସ ଚାକିରି ଗ୍ୟାରେଣ୍ଟି ଦେବ ବୋଲି ସଭାରେ କହିଥିଲେ ରାହୁଲ ଗାନ୍ଧି ।

ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍‌ ଦିଆଯିବ ବୋଲି ରାହୁଲ କହିଛନ୍ତି। ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଗରିବ ବିରୋଧୀ ମୋଦି ସରକାର ଦେଶର ୨୨ ଜଣଙ୍କୁ ୧୬ ଲକ୍ଷ କୋଟି ଦେଇଛନ୍ତି ବୋଲି କହି ରାହୁଲ ସମାଲୋଚନା କରିଛନ୍ତି ।

କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି। ସାଲେପୁର ସଭା ପୂର୍ବରୁ ରାହୁଲ ସତ୍ୟଭାମାପୁର ଯାଇ ଉତ୍କଳଗୌରବ ମଧୁସୂଦନଙ୍କ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।