ଅସମ୍ଭାଳ ତାତି : ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ବା ଅଧିକ, ଅନୁଗୁଳ ପୁଣି ଉତ୍ତପ୍ତ ସହର | News Room Odisha

ଅସମ୍ଭାଳ ତାତି : ୧୨ ସହରର ତାପମାତ୍ରା ୪୩ ଡିଗ୍ରୀ ବା ଅଧିକ, ଅନୁଗୁଳ ପୁଣି ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଯୋଗୁଁ ଅସମ୍ଭାଳ ସ୍ଥିତି। ପ୍ରଚଣ୍ଡ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ। ପ୍ରଖର ଗ୍ରୀଷ୍ମ ପ୍ରବାହ ସ୍ଥିତି ଆଉ କିଛି ଦିନ ଲାଗି ରହିବ । ଆଜି ବି ରାଜ୍ୟର ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ୧୨ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ବା ଅଧିକ ରହିଥିଲା । ଆଜି ରାଜ୍ୟରେ ୩ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ୪୪.୩ ଡିଗ୍ରୀ ସହ ଅନୁଗୁଳ ଆଜି ମଧ୍ୟ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ ତାପମାତ୍ରା ୪୪.୧ ଓ ବାରିପଦାରେ ୪୪ ଡିଗ୍ରୀ ରହିଥିଲା । ନୟାଗଡ଼ ଓ କଟକରେ ୪୩.୭, ଢେଙ୍କାନାଳରେ ୪୩.୬ ଡିଗ୍ରୀ, ତାଳଚେର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ଵରରେ ଆଜି ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରହିଥିଲା ।