ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଜଣେ ପ୍ରାର୍ଥୀ ଓହରିଲେ, ୪ ଲୋକସଭା ଆସନରେ ୭ ମହିଳାଙ୍କ ସମେତ ମୋଟ ୩୭ ପ୍ରାର୍ଥୀ | News Room Odisha

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଜଣେ ପ୍ରାର୍ଥୀ ଓହରିଲେ, ୪ ଲୋକସଭା ଆସନରେ ୭ ମହିଳାଙ୍କ ସମେତ ମୋଟ ୩୭ ପ୍ରାର୍ଥୀ

ଭୁବନେଶ୍ୱର – ଆସନ୍ତା ମେ’ ୧୩ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଚାରି ଲୋକସଭା ଆସନରେ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ମୋଟ ୩୮ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବୈଧ ରହିଥିଲା। ଗତକାଲି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । କୋରାପୁଟ ଲୋକସଭା ଆସନରୁ ଜଣେ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଥିଲେ। ଫଳରେ ଚାରି ଲୋକସଭା ଆସନରେ ମୋଟ ୩୭ ଜଣ ପ୍ରାର୍ଥୀ ରହିଛନ୍ତି। ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ମହିଳା।

କଳାହାଣ୍ଡି ଲୋକସଭା ଆସନରେ ୧୧ଜଣ, ନବରଙ୍ଗପୁରରୁ ୪, ବ୍ରହ୍ମପୁରରୁ ୧୧ ଓ କୋରାପୁଟରୁ ୧୧ ଜଣ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି । କୋରାପୁଟରେ ସର୍ବାଧିକ ୪ଜଣ ମହିଳା, ବ୍ରହ୍ମପୁରରେ ଜଣେ ଓ କଳାହାଣ୍ଡିରେ ୨ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।