ସିଭିୟର ହିଟୱେଭ ନେଇ ଆଜି ୯ ଜିଲ୍ଲାକୁ ରେଡ୍ ଆଲର୍ଟ | News Room Odisha

ସିଭିୟର ହିଟୱେଭ ନେଇ ଆଜି ୯ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର – ରାଜ୍ୟରେ ଆଜି ଅପରିବର୍ତ୍ତିତ ରହିବ ପାଗ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ଆଜି ବି ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି।

ସିଭିୟର ହିଟୱେଭ ନେଇ ଆଜି ୯ ଜିଲ୍ଲା- ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

ସୋମବାର ରାଜ୍ୟର ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ।

ଅନୁଗୁଳରେ ୪୪.୩, ବୌଦ୍ଧରେ ୪୪.୧ ଓ ତାଳଚେରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ୩୨ଟି ସହରରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ ।