ସମ୍ବଲପୁର ଆସନରୁ ଆଜି ନାମାଙ୍କନ ଦାଖଲ କରିବେ ପ୍ରଣବ | News Room Odisha

ସମ୍ବଲପୁର ଆସନରୁ ଆଜି ନାମାଙ୍କନ ଦାଖଲ କରିବେ ପ୍ରଣବ

ସମ୍ବଲପୁର – ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ।

ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣବ । ବାଲିବନ୍ଧାରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣବ । ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରଣବଙ୍କ ଲଢେଇ ହେଉଛି । ଏହି ହାଇପ୍ରୋଫାଇଲ୍ ଆସନ ଉପରେ ସମସ୍ତଙ୍କ ନଜର ରହିଛି।

ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି ପ୍ରଣବ । ପ୍ରଥମ ଥର ପାଇଁ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।