ସକାଳୁ ସକାଳୁ ଡରାଉଛି, ସାଢେ ୮ ବେଳକୁ ହିଁ ପାରା ୩୭-୩୮ | News Room Odisha

ସକାଳୁ ସକାଳୁ ଡରାଉଛି, ସାଢେ ୮ ବେଳକୁ ହିଁ ପାରା ୩୭-୩୮

ଭୁବନେଶ୍ୱର – ସକାଳୁ ସକାଳୁ ଡରାଇଲାଣି ତାତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ହିଁ ରହିଛି । ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ହୋଇଛି। ତାଳଚେରରେ ୩୭.୮ ଡିଗ୍ରୀ ,ବାଲେଶ୍ୱରରେ ୩୬.୬, କେନ୍ଦୁଝରରେ ୩୬.୪, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫, ଭବାନୀପାଟଣାରେ ୩୪.୮, ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୩୪.୬, ହୀରାକୁଦରେ ୩୪.୪, ଚାନ୍ଦବାଲିରେ ୩୪.୨,ବଲାଙ୍ଗୀର, ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ୩୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ ଆସନ୍ତାକାଲି ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।