ବିଶ୍ଵର ଉତ୍ତପ୍ତ ସହର ତାଲିକାରେ ବାରିପଦା ଦ୍ୱିତୀୟ ଓ ବାଲେଶ୍ଵର ତୃତୀୟ | News Room Odisha

ବିଶ୍ଵର ଉତ୍ତପ୍ତ ସହର ତାଲିକାରେ ବାରିପଦା ଦ୍ୱିତୀୟ ଓ ବାଲେଶ୍ଵର ତୃତୀୟ

ଭୁବନେଶ୍ୱର -ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଜି ରାଜ୍ୟର ଉତ୍ତପ୍ତ ସହର ତାଲିକାରେ ବାରିପଦା ପ୍ରଥମ, ବାଲେଶ୍ଵର ଦ୍ୱିତୀୟ ଓ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି । ଭାରତୀୟ ସମୟ ସଂଧ୍ୟା ସାଢେ ୫ଟା ସୁଦ୍ଧା ( ମଧ୍ୟାହ୍ନ ୧୨ଟା ୟୁଟିସି ) ବିଶ୍ୱର ୧୦ଟି ଉତ୍ତପ୍ତ ସହର ତାଲିକାରେ ବାରିପଦା ଦ୍ୱିତୀୟ, ବାଲେଶ୍ଵର ତୃତୀୟ ଓ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି। ଓମାନର ଯୋବା ୪୯ ଦଶମିକ ୨ ଡିଗ୍ରୀ ସେଲସିୟସ ସହ ବିଶ୍ବର ଉତ୍ତପ୍ତ ସହର ଥିଲା । ଏହି ତାଲିକାରେ ଜାମସେଦପୁର ସପ୍ତମ ଓ ମିଦନାପୁର ଅଷ୍ଟମ ସ୍ଥାନରେ ଥିଲା ।