ରାଜ୍ୟରେ ଜାରି ରହିବ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି | News Room Odisha

ରାଜ୍ୟରେ ଜାରି ରହିବ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି

ଭୁବନେଶ୍ଵର – ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା। ଆକାଶରୁ ନିଆଁବର୍ଷା ହେଉଛି। ଅସହ୍ୟ ଖରା ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଏଣେ ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ଓ୍ବେଭ୍ ପାଇଁ ରାଜ୍ୟର କିଛି ସ୍ଥାନକୁ ରେଡ୍ ଆଲର୍ଟ ଜାରି ହୋଇଛି। ଆଜି ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିଭଳି ହିଟ୍ ଓ୍ବେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।

ଗତକାଲି ୧୫ ସହରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ବାରିପଦା ୪୬. ୪ ଡିଗ୍ରୀ ସେଲସିୟସ ସହ ରାଜ୍ୟର ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ଵରରେ ବି ପାରା ୪୬ ଡିଗ୍ରୀ ଛୁଇଁଥିଲା । ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀ ପାର କରିଥିଲା ।