ବଲାଙ୍ଗୀରରେ ରାହୁଲଙ୍କ ନିର୍ବାଚନ ପ୍ରଚାର: କହିଲେ କେବଳ ଆରବପତିଙ୍କ ପାଇଁ କାମ କରୁଛି ବିଜେପି ସରକାର | News Room Odisha

ବଲାଙ୍ଗୀରରେ ରାହୁଲଙ୍କ ନିର୍ବାଚନ ପ୍ରଚାର: କହିଲେ କେବଳ ଆରବପତିଙ୍କ ପାଇଁ କାମ କରୁଛି ବିଜେପି ସରକାର

ବଲାଙ୍ଗୀର – କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ରରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ରାହୁଲ ଗାନ୍ଧି ବଲାଙ୍ଗୀରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି ଯେ, ବିଜେପି ଆସିଲେ ସମ୍ବିଧାନ ନଷ୍ଟ କରିଦେବ । କିନ୍ତୁ ବିଶ୍ବର କୌଣସି ଶକ୍ତି ଆମ ସମ୍ବିଧାନକୁ ଛୁଇଁ ପାରିବନାହିଁ ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ସବୁ କାମ ୨୨ଜଣ ଆରବପତିଙ୍କ ପାଇଁ କରିଛନ୍ତି । ଆରବପତିଙ୍କ ପାଇଁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଛନ୍ତି ବିଜେପି ସରକାର। ୨୪ ବର୍ଷର ମନରେଗା ଯୋଜନା ଟଙ୍କା ସେମାନଙ୍କୁ ଦେଇ ଦେଇଛନ୍ତି ବୋଲି ଜୋରଦାର ଅଭିଯୋଗ କରିଛନ୍ତି ରାହୁଲ । କେନ୍ଦ୍ର ସରକାର କୃଷକ ଓ ଛାତ୍ରଛାତ୍ରୀଙ୍କ ପଢ଼ା ଋଣ ଛାଡ଼ କରିବାରେ ବିଫଳ ହୋଇଛନ୍ତି।

କଂଗ୍ରେସ ଆସିଲେ କୋଟିଏ ଲକ୍ଷପତି ତିଆରି କରିବ ବୋଲି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ। ନିର୍ବାଚନ ପ୍ରଚାର ପାଇଁ ରାହୁଲ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି । ପୂର୍ବରୁ ସେ ସାଲେପୁର ଆସି ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ।