କଙ୍ଗନା ୯୦ କୋଟି ସମ୍ପତ୍ତିର ମାଲିକାଣୀ | News Room Odisha

କଙ୍ଗନା ୯୦ କୋଟି ସମ୍ପତ୍ତିର ମାଲିକାଣୀ

ମଣ୍ଡି: ବିଜେପି ଏଥର ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ପ୍ରାର୍ଥୀ କରିଛି। ସେ ମଙ୍ଗଳବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ସହିତ ନିଜ ସମ୍ପତ୍ତିର ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି। କଙ୍ଗନା ଦାଖଲ କରିଥିବା ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୯୦ କୋଟିରୁ ଅଧିକ। କଙ୍ଗନାଙ୍କ ଉପରେ ୧୭ କୋଟି ଟଙ୍କା ଋଣ ମଧ୍ୟ ରହିଛି।

କଙ୍ଗନା ମଙ୍ଗଳବାର ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଙ୍ଗନାଙ୍କ ନିର୍ବାଚନ ସତ୍ୟପାଠରେ ପ୍ରଦତ୍ତ ତଥ୍ୟ ମୁତାବକ, ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୯୧.୫ କୋଟିରୁ ଅଧିକ। ଏଥିମଧ୍ୟରୁ ୨୮.୭ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଥିବାବେଳେ ୬୨.୯ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଅଛି । ତାଙ୍କ ପାଖରେ ୬୦ କେଜି ରୂପା, ୭ କିଲୋ ସୁନା ଏବଂ ୩ କୋଟି ଟଙ୍କାର ହୀରା ରହିଛି । କଙ୍ଗନାଙ୍କ ପାଖରେ ୬.୭ କିଲୋ ସୁନା ଅଳଙ୍କାର ଅଛି ଯାହାର ମୂଲ୍ୟ ୫ କୋଟି ହେବ । କଙ୍ଗନାଙ୍କ ପାଖରେ ରୂପା ବାସନ ଏବଂ ଅଳଙ୍କାର ମିଶାଇ ୬୦ କିଲୋ ରୂପା ରହିଛି । ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା । ଏହି ବିବାଦୀୟ ଅଭିନେତ୍ରୀଙ୍କ ୩ କୋଟି ଟଙ୍କାର ହୀରା ଅଳଙ୍କାର ମଧ୍ୟ ରହିଛି।

କଙ୍ଗନା ରନାଓ୍ବତଙ୍କ ଏକାଧିକ ବିଳାସପୂର୍ଣ୍ଣ କାର୍ ଅଛି | ତାଙ୍କର ଏକ ବିଏମଡବ୍ଲୁ ରହିଛି, ଯାହାର ମୂଲ୍ୟ ୯୮ ଲକ୍ଷ ଟଙ୍କା | ଏହାଛଡ଼ା ତାଙ୍କ ମାଲିକାନାରେ ୫୮ ଲକ୍ଷ ଟଙ୍କାର ଏକ ମର୍ସିଡିଜ୍ ବେଞ୍ଜ୍ ଓ ୩.୯୧ କୋଟିର ମର୍ସିଡିଜ୍ ମେବ୍ୟାକ ରହିଛି। କଙ୍ଗନାଙ୍କ ପାଖରେ ଏକ ଭେସ୍ପା ସ୍କୁଟର ମଧ୍ୟ ଅଛି, ଯାହାର ମୂଲ୍ୟ ୫୩,୦୦୦ ଟଙ୍କା ।