ଭୁବନେଶ୍ୱର – ବିଜେଡିରେ ସାମିଲ ହୋଇଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ। ରମାରଞ୍ଜନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ବିଜେପିର ରାଜ୍ୟ ମୁଖପାତ୍ର ଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବିଜେପି ଛାଡିଥିଲେ ରମାରଞ୍ଜନ । ୨୦୦୪ରେ ସେ ସ୍ୱାଧୀନ ଭାବେ ଲଢ଼ି ସତ୍ୟବାଦୀରୁ ବିଧାୟକ ହୋଇଥିଲେ । ରମା ଓ ତାଙ୍କ ସମର୍ଥକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସତ୍ୟବାଦୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଓ ସସ୍ମିତ ପାତ୍ର ।