ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ କରିବେ ରୋଡ୍ ଶୋ' , ସପ୍ତାହକ ମଧ୍ୟରେ ଦ୍ୱିତୀୟ | News Room Odisha

ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ କରିବେ ରୋଡ୍ ଶୋ’ , ସପ୍ତାହକ ମଧ୍ୟରେ ଦ୍ୱିତୀୟ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ଆଉ ଏକ ମେଗା ରୋଡ୍ ଶୋ’ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବେ । ପଳାଶପଲ୍ଲୀ ପୁନାମା ଗେଟ୍ ଫ୍ଲାଇଓଭରରୁ ରୋଡ୍ ଶୋ’ ଆରମ୍ଭ ହୋଇ ବିଡ଼ିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୁର ଛକ, ଗଙ୍ଗାନଗର ଛକ ଦେଇ ଏକାମ୍ର ଛକରେ ଶେଷ ହେବ । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଅପରାହ୍ନ ୪ଟାରୁ ରୋଡ୍ ଶୋ’ ଶେଷ ଯାଏଁ ଟ୍ରାଫିକ କଟକଣା ଜାରି ରହିବ ।