କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୪୪୭ ପ୍ରାର୍ଥୀ | News Room Odisha

କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍, ମଇଦାନରେ ୪୪୭ ପ୍ରାର୍ଥୀ

ଭୁବନେଶ୍ୱର – ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ମତଦାନ କରାଯିବ। ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟରେ ମୋଟ ୪୪୭ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୬ ଲୋକସଭା ଆସନରେ ୬୪ ଓ ୪୨ ବିଧାନସଭା ଆସନରେ ୩୮୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ୩୩୯ ଜଣ ପୁରୁଷ ପ୍ରାର୍ଥୀ ଓ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ମୋଟ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ। ଏଥିରୁ ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ ।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୫୫୧ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରେ ୨ ହଜାର ମଡେଲ ବୁଥ ରହିଛି। ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ସୁରକ୍ଷା ପାଇଁ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ – ସିଏପିଏଫ ମୁତୟନ କରାଯାଇଛି।