ଗୀତା ଉପଦେଶ: ନିଜର ଅପରାଧିକ ମନୋଭାବ ନିଜ ଭିତରେ ଭୟ ଉଦ୍ରେକ କରିଥାଏ | News Room Odisha

ଗୀତା ଉପଦେଶ: ନିଜର ଅପରାଧିକ ମନୋଭାବ ନିଜ ଭିତରେ ଭୟ ଉଦ୍ରେକ କରିଥାଏ

ଶ୍ରୀମଦ ଭଗବଦ ଗୀତାରେ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ରଣଭୂମୀର ପ୍ରତ୍ୟକ୍ଷ ଚିତ୍ର ପ୍ରଦାନ କରି କହୁଛନ୍ତି :

ସ ଘୋଷୋ ଧାର୍ତରାଷ୍ଟ୍ରଣାଂ ହୃଦୟାନି ବ୍ୟଦାରୟତ୍।
ନଭଶ୍ଚ ପୃଥିବୀଂ ଚୈବ ତୁମୁଳୋ ଭ୍ୟନୁନାଦୟନ୍।

ହେ ଧୃତରାଷ୍ଟ୍ର! ସେହି ଭୟଙ୍କର ଶବ୍ଦ ପୃଥିବୀ ଓ ଆକାଶରେ କମ୍ପନ ସୃଷ୍ଟି କରି ଆପଣଙ୍କ ପୁତ୍ରମାନଙ୍କର ହୃଦୟକୁ ବିଦାରିତ କରୁଅଛି।

ପାଣ୍ଡବ ସେନାର ଶଙ୍ଖନାଦ, କୌରବ ସୈନ୍ୟଙ୍କର ହୃଦୟକୁ ବିଦାରିତ କରିଦେଲା । କିନ୍ତୁ କୌରବ ବାହିନୀ ଶଙ୍ଖଧ୍ୱନି କଲାବେଳେ, ଏମିତି ପ୍ରଭାବ ପାଣ୍ଡବଙ୍କ ଠାରେ ପରିଲକ୍ଷିତ ହୋଇ ନ ଥିଲା । ଯେହେତୁ ପାଣ୍ଡବମାନେ ଭଗବାନଙ୍କ ଶରଣରେ ଥିଲେ, ସେମାନେ ପ୍ରଭୁଙ୍କ ଦ୍ୱାରା ସଂରକ୍ଷିତ ହୋଇ ଆଶ୍ୱସ୍ଥ ଥିଲେ । ଅନ୍ୟ ପକ୍ଷରେ, କୌରବମାନେ, ନିଜ ଶକ୍ତି ଉପରେ ନିର୍ଭରଶୀଳ ଥିଲେ ଏବଂ ନିଜେ କରିଥିବା ଅନ୍ୟାୟ ଯୋଗୁଁ ସୃଷ୍ଟି ହୋଇଥିବା ଅପରାଧି ମନୋଭାବ ଦ୍ୱାରା ପରାଜୟ ପ୍ରତି ଭୟଭୀତ ହେବାରେ ଲାଗିଲେ।