ସକାଳ ୯ଟା ସୁଦ୍ଧା ମତଦାନ ହାର ୭ ଦଶମିକ ୪୩ ପ୍ରତିଶତ , କେନ୍ଦୁଝରରେ ସର୍ବାଧିକ | News Room Odisha

ସକାଳ ୯ଟା ସୁଦ୍ଧା ମତଦାନ ହାର ୭ ଦଶମିକ ୪୩ ପ୍ରତିଶତ , କେନ୍ଦୁଝରରେ ସର୍ବାଧିକ

ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଭୋଟ୍ ଗ୍ରହଣ ଚାଲିଛି। ୬ ଲୋକସଭା ଆସନ – କଟକ, ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଏବଂ ୪୨ ବିଧାନସଭା ଆସନରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସକାଳ ୯ଟା ସୁଦ୍ଧା ମତଦାନ ହାର ୭ ଦଶମିକ ୪୩ ପ୍ରତିଶତ ଥିବା ସୂଚନା ମିଳିଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସକାଳ ୯ଟା ସୁଦ୍ଧା ଭୁବନେଶ୍ୱରରେ ୬ ଦଶମିକ ୬୫ ପ୍ରତିଶତ, କଟକରେ ୭.୩୨, ଢେଙ୍କାନାଳରେ ୭.୯୫, କେନ୍ଦୁଝରରେ ୮ .୭୪ ପ୍ରତିଶତ, ପୁରୀରେ ୬. ୮୭ ଓ ସମ୍ବଲପୁରରେ ୭ ଦଶମିକ ୯ ପ୍ରତିଶତ ଭୋଟିଂ ହୋଇଛି।