ସୁକିନ୍ଦା ଓ ଯାଜପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ | News Room Odisha

ସୁକିନ୍ଦା ଓ ଯାଜପୁରରେ ନିର୍ବାଚନ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର – ସୁକିନ୍ଦା ଓ ଯାଜପୁରରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ବିରୋଧୀ ଦଳକୁ ପୁଣି ଆକ୍ରମଣ କରିଛନ୍ତି ପାଣ୍ଡିଆନ ।

ନିର୍ବାଚନ ସମୟରେ ବିରୋଧିମାନେ ଆସି ମିଠା ମିଠା କଥା କହିବେ । ମିଛ କଥା କହିବେ, ଅପପ୍ରଚାର କରିବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ଏଥିପାଇଁ ଲୋକେ ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ ପାଣ୍ଡିଆନ ଲୋକଙ୍କ ଆଶୀର୍ବାଦରେ ସଶକ୍ତ ଓଡ଼ିଶା ଗଠନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ ବିରଜା ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାରର ବିଜୁଳି ବିଲ୍‍ ଛାଡ଼ ହେବ ବୋଲି ଦୋହରାଇଛନ୍ତି ପାଣ୍ଡିଆନ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇରେ ସମସ୍ତେ ସାମିଲ ହେବେ ।ତୃତୀୟ ଦସ୍ତଖତ ହେବ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‍ସନ ସୁବିଧା ।

ବିଜେପି କହୁଛି ମାଗଣା ବିଜୁଳି ଦେବ।ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ବସାଇବାକୁ ପଡ଼ିବ ।

ସୂର୍ଯ୍ୟକିରଣରୁ ଆପଣମାନେ ବିଜୁଳି ପାଇବେ । ବିଜେପି ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛି ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ସୁକିନ୍ଦା ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୧.୫ କୋଟି ଟଙ୍କା ଦିଆଯାଇଛି।

ଦୁଇଟା ରେଲୱେ ଓଭରବ୍ରିଜ୍‍ ଓ ରେଙ୍ଗାଲି ଲେପ୍ଟ କେନାଲ କରାଯାଇଛି । ୪୦ ହଜାର ଭୋଟ ବ୍ୟବଧାନରେ ବିଜେଡିର ଉଭୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି ପାଣ୍ଡିଆନ।

ପାଣ୍ଡିଆନ କହିଛନ୍ତି ଯେ, ବବିବାବୁ ଏ ଦଳ ଓ ରାଜ୍ୟ ପାଇଁ ବହୁତ ପରିଶ୍ରମ କରୁଛନ୍ତି ‌। ବବିବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସେନାପତି ।

ମୁଖ୍ୟମନ୍ତ୍ରୀ ଯାଜପୁର ଓ ବବିବାବୁଙ୍କୁ ବହୁତ ଭଲ ପାଆନ୍ତି ।
ଆପଣଙ୍କ ବିଧାୟକ ଡାନି ବାବୁ ଆପଣଙ୍କ ଅଞ୍ଚଳର ଉନ୍ନତି ପାଇଁ ବହୁତ କାମ କରୁଛନ୍ତି, ଦିନରାତି ୨୪ ଘଣ୍ଟା ପରିଶ୍ରମ କରି ଆପଣମାନଙ୍କ ସେବା କରୁଛନ୍ତି । ଆସ୍କାରେ ଗତଥର ମୁଖ୍ୟମନ୍ତ୍ରୀ ଜଣେ ମିଶନଶକ୍ତି ମା’ଙ୍କୁ ଲୋକସଭା ସାଂସଦ କରିଥିଲେ । ଏଥର ବବିବାବୁ ଜଣେ ମିଶନଶକ୍ତି ମା’ଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି ।

ନେତା ଯେମିତି, ସେନାପତି ସେମିତି ବୋଲି ମଧ୍ୟ ପାଣ୍ଡିଆନ କହିଥିଲେ। ଯଯାତିକେଶରୀ ମେଡିକାଲ କଲେଜ, ମା ବିରଜାଙ୍କ ମନ୍ଦିରର ରୂପାନ୍ତରଣ, ବୈତରଣୀରେ ଆଡ଼ିବନ୍ଧ ମୁଖ୍ୟମନ୍ତ୍ରୀ କରିଛନ୍ତି ।

ଆହୁରି ବିକାଶ ପାଇଁ ଉଭୟ ପ୍ରାର୍ଥୀଙ୍କୁ ଲକ୍ଷେ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଅନୁରୋଧ କରିଥିଲେ ପାଣ୍ଡିଆନ।