ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହାରାହାରି ୭୧ ପ୍ରତିଶତ ମତଦାନ | News Room Odisha

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହାରାହାରି ୭୧ ପ୍ରତିଶତ ମତଦାନ

ଭୁବନେଶ୍ବର – ରାଜ୍ୟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ହାରାହାରି ୭୧ ପ୍ରତିଶତ ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ( ସିଇଓ)ଙ୍କ ପକ୍ଷରୁ ସୂଚନା ମିଳିଛି। ମେ’ ୨୫ ତାରିଖରେ ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହୋଇଥିଲା।

ସିଇଓଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ଵରରେ ୬୦.୪ ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ ୬୫.୪୩ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୧.୯୩, ପୁରୀରେ ୭୨.୩୭ ଏବଂ ସମ୍ବଲପୁରରେ ୭୩.୩୧ ପ୍ରତିଶତ ମତଦାନ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ମେ’ ୧୩ ପ୍ରଥମ ଓ ମେ’ ୨୦ ତାରିଖରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା।