ଚାରି ଜିଲ୍ଲାରେ ବାତ୍ୟା 'ରେମାଳ'ର ପ୍ରଭାବ ନେଇ ସମୀକ୍ଷା କଲେ ଏସଆରସି | News Room Odisha

ଚାରି ଜିଲ୍ଲାରେ ବାତ୍ୟା ‘ରେମାଳ’ର ପ୍ରଭାବ ନେଇ ସମୀକ୍ଷା କଲେ ଏସଆରସି

ଭୁବନେଶ୍ୱର – ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ରେମାଳ । ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା – ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ବାତ୍ୟା ରେମାଳ ସମ୍ଭାବ୍ୟ ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ବାତ୍ୟା ସମୀକ୍ଷା କରିଛନ୍ତି ଏସ ଆରସି । ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସେ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି।