ଭୁବନେଶ୍ବର ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ | News Room Odisha

ଭୁବନେଶ୍ବର ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ଷଷ୍ଠ ପର୍ଯ୍ୟାୟ ( ଓଡ଼ିଶାରେ ତୃତୀୟ )ରେ ୧୧୨- ଭୁବନେଶ୍ବର ମଧ୍ୟ , ୧୧୩- ଭୁବନେଶ୍ବର ଉତ୍ତର , ୧୧୪- ଭୁବନେଶ୍ବର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ୫୦ ପ୍ରତିଶତ ଉପରେ ରହିଛି । ଏହି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୯ ଏକକାଳୀନ ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ବୃଦ୍ଧି ପାଇଛି । ଏଥିପାଇଁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ କରିଥିବା ସମସ୍ତ ମତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭୁବନେଶ୍ବରରେ ମତଦାନ ହାର ବୃଦ୍ଧି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅନେକ ଜନସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ସମସ୍ତ ଅଂଚଳର ସମସ୍ତ ବର୍ଗର ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଏକାଦିକ୍ରମେ ଭୋଟର ସଚେତନତା ବାର୍ତ୍ତା ସୃଷ୍ଟି , ମତଦାତା ମାର୍ଗଦର୍ଶିକା ବଣ୍ଟନ ଆଦି କାର୍ଯ୍ୟକ୍ରମ ସବୁ ଗ୍ରହଣ କରାଯାଇଥିଲା ।