ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗସ୍ତରେ ନବୀନ | News Room Odisha

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗସ୍ତରେ ନବୀନ

ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ପ୍ରମୁଖ ରାଜନୈତିକ ଦଳ ସବୁ ଜୋରଦାର ପ୍ରଚାର କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ଓହ୍ଲାଇବେ ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ । କେନ୍ଦ୍ରାପଡା ଓ ଜଗତସିଂହପୁର ଗସ୍ତରେ ଯାଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । କେନ୍ଦ୍ରାପଡା ବାରୋ ପଡିଆରେ ଜନସଭାରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଭୋଟ୍ ମାଗିବେ ନବୀନ । ସେଠାରୁ ହେଲିକପଟର ଯୋଗେ ଯାଇ ଦିନ ୧୨ଟା ୨୦ ମିନିଟରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାହାମାରେ ପହଞ୍ଚିବେ । ସେଠାରେ ଆଉ ଏକ ସମାବେଶରେ ଉଦବୋଧନ ଦେଇ ଜଗତସିଂହପୁର ସଦର ମହକୁମା ଯିବେ । ଦିନ ୧ଟା ୧୦ ମିନିଟରେ ଜଗତସିଂହପୁର ଷ୍ଟାଡିୟମରେ ପହଞ୍ଚି ଏକ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବାର କାର୍ଯ୍ୟକ୍ରମ ରହିଛି।