କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ଅଫିସରେ ମିଳିତ ଚଢ଼ାଉ | News Room Odisha

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନ ଅଫିସରେ ମିଳିତ ଚଢ଼ାଉ

ଭଦ୍ରକ – ବରିଷ୍ଠ କଂଗ୍ରେସ ନେତା ତଥା ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଅଫିସରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଟାଉନ ଥାନା ମୋଟେଲ ଛକରେ ଥିବା ନିର୍ବାଚନ ଅଫିସରେ ଚଢ଼ାଉ ହୋଇଛି। ଫ୍ଲାଇଂ ସ୍କ୍ବାଡ୍‌, ଆଇଟି ଓ ଟାଉନ ପୋଲିସର ମିଳିତ ଭାବେ ଚଢ଼ାଉ କରିଛନ୍ତି । ଗତକାଲି ରାତିରେ ବି ଚଢାଉ ହୋଇଥିଲା । ଆଜି ସନ୍ଧ୍ୟାରୁ ପୁଣି ଚଢ଼ାଉ ହୋଇଛି। ଚଢ଼ାଉ ନେଇ ବିସ୍ତୃତ ସୂଚନା ମିଳିନାହିଁ କି କୌଣସି ପ୍ରତିକ୍ରିୟା ଆସିନାହିଁ।