ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ | News Room Odisha

ଶ୍ରୀକ୍ଷେତ୍ରରେ ଚାଲିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ

ପୁରୀ: ଆଜି ରଥ ନିର୍ମାଣର ଉନବିଂଶତି ଦିବସରେ ତିନି ରଥର ମୋଟ ୪୨ ଚକ ମଧ୍ୟରୁ ଆଜିସୁଦ୍ଧା ତିନି ରଥର ୧୫ ଗୋଟି ଚକ ନିର୍ମାଣ ଶେଷହୋଇଛି । ଏଥିସହ ଭୋଇ ସେବକ ମାନେ ତୁମ୍ବରେ ଅରସଂଯୋଗ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ କରୁଛନ୍ତି, ଶେଷ ହୋଇଥିବା ଚକ ଗୁଡ଼ିକର ପଇତା ପକା କାର୍ଯ୍ୟ, ସିଙ୍ଗଡ଼ା ବାଡିଆ ଶେଷ ହୋଇଥିବା ତୁମ୍ବରେ ଅଖବିନ୍ଧ କାର୍ଯ୍ୟ ଚାଲୁରହିଛି ।