ପ୍ରଫେସର ସନ୍ତୋଷ କୁମାର ମିଶ୍ର ନୂଆ ଡିଏମଇଟି ନିଯୁକ୍ତ  | News Room Odisha

ପ୍ରଫେସର ସନ୍ତୋଷ କୁମାର ମିଶ୍ର ନୂଆ ଡିଏମଇଟି ନିଯୁକ୍ତ 

ଭୁବନେଶ୍ବର – ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପଲ୍ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ମେଡିକାଲ ଏଜୁକେସନ ଓ ଟ୍ରେନିଂର ନୂଆ ନିର୍ଦ୍ଦେଶକ (ଡିଏମଇଟି) ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଫେସର ସନ୍ତୋଷ ମିଶ୍ର ବର୍ତ୍ତମାନର ଡିଏମ୍‌ଇଟି ଦାୟିତ୍ବରେ ଥିବା ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ରଙ୍କ ସ୍ଥାନ ନେବେ ।

ଏମ୍‌କେସିଜି ମେଡିକାଲ କଲେଜର ବର୍ତ୍ତମାନ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଚରିତା ଦାସଙ୍କୁ ପରବର୍ତ୍ତୀ ଆଦେଶ ଯାଏଁ ଏମ୍‌କେସିଜି ମେଡିକାଲ କଲେଜର ଡିନ୍ ଏବଂ ପ୍ରିନ୍ସପାଲ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।