ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣର ଚକାଡେରା ନୀତି ସମ୍ପର୍ଣ୍ଣ ହୋଇଛି | News Room Odisha

ଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣର ଚକାଡେରା ନୀତି ସମ୍ପର୍ଣ୍ଣ ହୋଇଛି

ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ ହୋଇଛି ଚକାଡେରା ନୀତି। ଶ୍ରୀଜୀଉଙ୍କ ସକାଳ ଧୂପ ବଢ଼ିଲା ପରେ ୩ଜଣ ପୂଜାପଣ୍ଡା ଶ୍ରୀଅଙ୍ଗ ରୁ ଆଜ୍ଞା ମାଳ ନେଇ ଘଣ୍ଟ, ଘଣ୍ଟା, ଓଲାର ଓ ବିଜେ କାହାଳୀ ସହ ଶ୍ରୀନହର ସମ୍ମୁଖ ରଥଖଳା କୁ ବିଜେ କରିଥିଲେ ।

ସେଠାରେ ରଥ ମହାରଣା ସେବକଙ୍କ ଦ୍ଵାରା ନିର୍ମିତ ହୋଇଥିବା ପ୍ରତି ରଥର ଦୁଇ ଗୋଟି ଚକ ଗୋଟିଏ ଅଖ ରେ ଭୋଇ ସେବକଙ୍କ ଦ୍ଵାରା ସଂଯୋଗ କରାଯାଇଥିଲା ।

ପୂଜାପଣ୍ଡା ସାମନ୍ତ ଙ୍କ ଦ୍ଵାରା ତିନୋଟି ରଥ ଚକ ରେ ଆଜ୍ଞା ମାଳ ପ୍ରଦାନ କଲାପରେ ତାହାକୁ ରଥଖଳାର ଇଷ୍ଟଦେବୀ ମାଚର୍ଚ୍ଚିକାଙ୍କୁ ଅର୍ପଣ କରାଯାଇଥିଲା।