ପଶ୍ଚିମରେ ଅସମ୍ଭାଳ ତାତି : ୯ ସହରର ତାପମାତ୍ରା ୪୫ ଉପରେ, ୪୭ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର  | News Room Odisha

ପଶ୍ଚିମରେ ଅସମ୍ଭାଳ ତାତି : ୯ ସହରର ତାପମାତ୍ରା ୪୫ ଉପରେ, ୪୭ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର 

ଭୁବନେଶ୍ୱର – ଆକାଶରୁ ନିଆଁ ବର୍ଷା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାରେ ସଙ୍ଗୀନ ସ୍ଥିତି । ୯ଟି ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଆଜି ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି । ୪୭ ଡିଗ୍ରୀ ସେଲସିୟସ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡାରେ ଆଜିର ସର୍ବୋଚ୍ଚ ଦିନ ତାପମାତ୍ରା ମେ’ ମାସରେ ଷଷ୍ଠ ଯୁଗ୍ମ ସର୍ବାଧିକ। ଝାରସୁଗୁଡାରେ ମେ’ ମାସର ସର୍ବକାଳୀନ ରେକର୍ଡ ୪୮ ଡିଗ୍ରୀ ଥିଲା, ଯାହା ୧୯୯୮ ମସିହା ମେ’ ୨୮ରେ ରେକର୍ଡ କରାଯାଇଥିଲା।

୪୬ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଟିଟିଲାଗଡ଼ ଆଜି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବରଗଡରେ ୪୬.୩, ସମ୍ବଲପୁରରେ ୪୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୪୫.୬, ସୋନପୁରରେ ୪୫.୬, ଭବାନୀପାଟଣାରେ ୪୫.୫, ବଲାଙ୍ଗୀରରେ ୪୫.୩ ଓ ହୀରାକୁଦରେ ୪୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।