ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ମତଦାନ ହାର ୨୨.୯୭ ପ୍ରତିଶତ | News Room Odisha

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ମତଦାନ ହାର ୨୨.୯୭ ପ୍ରତିଶତ

ଭୁବନେଶ୍ୱର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ଦଶମିକ ୯୭ ପ୍ରତିଶତ ଭୋଟିଂ ହୋଇଛି।

ବାଲେଶ୍ବରରେ ୨୭ ଦଶମିକ ୬୬ ପ୍ରତିଶତ, ଭଦ୍ରକରେ ୨୧ .୫୦, ଯାଜପୁରରେ ୧୭.୧୦, ଜଗତସିଂହପୁରରେ ୨୩.୦୧ ପ୍ରତିଶତ, କେନ୍ଦ୍ରାପଡ଼ାରେ ୨୪.୦୩, ଓ ମୟୂରଭଞ୍ଜରେ ୨୨ ଦଶମିକ ୨୫ ପ୍ରତିଶତ ମତଦାନ ହୋଇଛି।