ଟି-୨୦ ବିଶ୍ବକପ୍ ଆରମ୍ଭ: ବିଜୟ କଲେ ପେନସିଲ ମୁନରେ କ୍ଷୁଦ୍ରାକୃତି | News Room Odisha

ଟି-୨୦ ବିଶ୍ବକପ୍ ଆରମ୍ଭ: ବିଜୟ କଲେ ପେନସିଲ ମୁନରେ କ୍ଷୁଦ୍ରାକୃତି

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ବକପ୍ କ୍ରିକେଟ୍। ଫଟାଫଟ୍ କ୍ରିକେଟର ଏହି ମହାସମରକୁ ପ୍ରଥମ କରି ଆମେରିକା ସହ ଓ୍ବେଷ୍ଟଇଣ୍ଡିଜ୍ ମିଳିତ ଆୟୋଜନ କରୁଛି। ପ୍ରଥମ ଥର ୨୦ଟି ଦେଶ ଖେଳୁଛନ୍ତି। ଏହାକୁ ନେଇ ବ୍ରହ୍ମପୁର ଉପକଣ୍ଠ ଡୁରା ଗ୍ରାମର ଯୁବ ଶିଳ୍ପୀ କେ.ବିଜୟ କୁମାର ରେଡ୍ଡୀ ପେନସିଲ ମୁନରେ ମାତ୍ର ୧.୫ ସେମି ଉଚ୍ଚ ବିଶ୍ବକପ୍ ଟ୍ରଫି ଓ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ କ୍ଷୁଦ୍ରାକୃତି ପ୍ରସୃତ କରିଛନ୍ତି। କ୍ଷୁଦ୍ର କଳାକୃତି ନିର୍ମାଣ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଜୟ ଏହା ଜରିଆରେ ଭାରତୀୟ କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ବିଜୟ ପୂର୍ବରୁ ପୂର୍ବରୁ ଚକଖଡି, ପେନସିଲ ଓ ଚାଉଳରେ ଅନେକ ସୂକ୍ଷ୍ମ କଳାକୃତି କରିଛନ୍ତି ଯାହା ଏସିଆ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି।