ଆଜି ଆସିବ ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ | News Room Odisha

ଆଜି ଆସିବ ଅରୁଣାଚଳ ପ୍ରଦେଶ, ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ। ଉଭୟ ରାଜ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଅରୁଣାଚଳ ପ୍ରଦେଶର ୬୦ଟି ଆସନ ମଧ୍ୟରୁ ବିଜେପି ୧୦ ଆସନରେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇସାରିଥିଲା। ଅବଶିଷ୍ଟ ୫୦ ଆସନର ଫଳାଫଳ ଆଜି ପ୍ରକାଶ ପାଇବ ।

୨୦୧୯ରେ ବିଜେପି ୪୧ ଆସନ ଜିତିଥିଲା। ଏଥର କଂଗ୍ରେସ ୩୪ ଟି ଆସନରେ ପ୍ରାର୍ଥୀ ଦେଇଛି। ମତଗଣନା ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ବିଜେପି ଏବଂ ଏହାର ସହଯୋଗୀ ଦଳ ୧୭ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟପକ୍ଷରେ କନରାଡ ସାଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ତିନିଟି ଆସନରେ ଅଗ୍ରଣୀ ରହିଛି।

ସିକ୍କିମରେ ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ୧୭ଟି ଆସନରେ ଆଗୁଆ ରହିଥିବା ବେଳେ, ସଦ୍ୟତମ ଟ୍ରେଣ୍ଡରେ ଦଳ ବହୁମତ ଅତିକ୍ରମ କରିଛି। ବିଜେପି ଏବଂ ଏହାର ସହଯୋଗୀ ପାର୍ଟନର ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ ଗୋଟିଏ ଆସନରେ ଆଗରେ ଅଛନ୍ତି। ଉଭୟ ରାଜ୍ୟର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ଆସନରେ ଅଗ୍ରଣୀ ହାସଲ କରିପାରି ନାହିଁ।