ରାଜ୍ୟରେ ୨୬ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଛି: ଏସଆରସି | News Room Odisha

ରାଜ୍ୟରେ ୨୬ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଛି: ଏସଆରସି

ଭୁବନେଶ୍ୱର – ରାଜ୍ୟରେ ଅଂଶୁଘାତରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏସଆରସି ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି। ଗତ ୭୨ ଘଣ୍ଟାରେ ୯୯ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁରୁ ୨୦ ଅଂଶୁଘାତ ଜନିତ ବୋଲି ସେ କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ଓ ଯୁଗ୍ମ ତଦନ୍ତ ରିପୋର୍ଟରେ ୨୦ଟି ମୃତ୍ୟୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ସେ ସୂଚନା ଦେଇଛନ୍ତି। ଚଳିତ ଗ୍ରୀଷ୍ମରେ ୧୪୧ ଅଭିଯୋଗରୁ ୨୬ ମୃତ୍ୟୁ ଅଂଶୁଘାତ ଜନିତ ବୋଲି କହିଛନ୍ତି ଏସଆରସି । ଜିଲ୍ଲାପାଳମାନଙ୍କ ଅଧୀନରେ ୧୦୭ଟି ମୃତ୍ୟୁର ଯାଞ୍ଚ ଜାରି ରହିଥିବା ଏସଆରସି ସୂଚନା ଦେଇଛନ୍ତି।