ଷୋଡଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ  | News Room Odisha

ଷୋଡଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ 

ଭୁବନେଶ୍ୱର – ଭଙ୍ଗ ହୋଇଛି ଷୋଡ଼ଶ ବିଧାନସଭା। ରାଜ୍ୟ କ୍ୟାବିନେଟର ସୁପାରିଶ ପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଛନ୍ତି। ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା । ନୂଆ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ଭୋଟ୍ ଗ୍ରହଣର ଗଣତି କାଲି କରାଯିବ । ନୂଆ ବିଧାନସଭାରେ ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରିବା ଦଳ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ । ଭଙ୍ଗ ଷୋଡଶ ବିଧାନସଭାର କାର୍ଯ୍ୟକାଳ ଜୁନ୍ ୨୪ ଯାଏଁ ଥିଲା ।