ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି | News Room Odisha

ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ଭୁବନେଶ୍ୱର – ରାଜ୍ୟରେ ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ଭାବେ ଗତ ୨୪ ଘଣ୍ଟାରେ ଆଉ ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟରେ ମୋଟ ୧୪୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରୁ ୫୦ଟି ମାମଲାର ତଦନ୍ତ ଶେଷ ହୋଇଛି। ୩୦ଟି ମାମାଲା ଅଂଶୁଘାତ ଜନିତ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ବାକି ୯୭ଟି ମୃତ୍ୟୁ ମାମଲାର ତଦନ୍ତ କାର୍ଯ୍ୟ ଶେଷ ହୋଇନାହିଁ।

ସୁନ୍ଦରଗଡ଼ ଓ ଝାରସୁଗଡ଼ା ଆଦି ଖଣି ଅଞ୍ଚଳରୁ ଅଧିକ ହିଟୱେଭ ମାମଲା ଆସୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପୂର୍ବରୁ ସୂଚନା ଦେଇଥିଲେ ।