ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ, ବିରୋଧୀ ଆସନରେ ବସିବ ବିଜେଡି | News Room Odisha

ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ, ବିରୋଧୀ ଆସନରେ ବସିବ ବିଜେଡି

ଭୁବନେଶ୍ୱର – ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳକୁ ଏଥର ବିଧାନସଭା ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଲଗାତର ଷଷ୍ଠ ଥର ପାଇଁ ବିଜେଡି ବିଜୟୀ ହେବ ବୋଲି ଆଶା ବାନ୍ଧିଥିଲା । କିନ୍ତୁ ଏଥର ଜନାଦେଶ ବିଜେପି ସପକ୍ଷରେ ଯାଇଛି । ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେଇଛନ୍ତି ଭୋଟର୍ । ୧୪୭ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପି ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରି ରାଜ୍ୟରେ ଏକାକୀ ସରକାର ଗଠନ କରିବାକୁ ଯାଉଛି। ୧୪୭ ଆସନ ମଧ୍ୟରୁ ବିଜେପି ୭୯ ଆସନ ଜିତିବା ପ୍ରାୟ ନିଶ୍ଚିତ ହୋଇଛି । ବିଜେଡିକୁ ମାତ୍ର ୫୦ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବ ବିଜେଡି । ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ କିଏ ମୁଖ୍ୟମନ୍ତ୍ରୀ ହେବେ , ସେ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଧାନସଭା ନିର୍ବାଚନରେ ବିଜେପି ନିଜର କୈାଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିନଥିଲା ।

ଏଥର ବିଜେଡିକୁ ଲୋକସଭା ନିର୍ବାଚନରେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବିଜେପିକୁ ୨୦୧୯ ଅପେକ୍ଷା ଅଧିକ ଲାଭ ହୋଇଛି । ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ୧୯ଟିରେ ବିଜୟୀ ହୋଇଛି ।