ଆସନ୍ତା ୧୭ରୁ ଖୋଲିବ ସ୍କୁଲ୍, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ | News Room Odisha

ଆସନ୍ତା ୧୭ରୁ ଖୋଲିବ ସ୍କୁଲ୍, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ

ଭୁବନେଶ୍ୱର – ଗ୍ରୀଷ୍ମ ଅବକାଶ ପରେ ରାଜ୍ୟରେ ଚଳିତ ମାସ ୧୭ ତାରିଖରୁ ଖୋଲିବ ସମସ୍ତ ସ୍କୁଲ। ସ୍କୁଲ ଖୋଲିବାର ୭ ଦିନ ଆଗରୁ ସମସ୍ତ ପ୍ରସ୍ତୁତି ଶେଷ ହେବ ।

ଶ୍ରେଣୀ ଗୃହ,ଶୌଚାଳୟ ସବୁ ପରିଷ୍କାର କରିବାକୁ ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପରିସର, ଶ୍ରେଣୀ ଗୃହ ଭଲ ଭାବେ ସଫାସୁତୁରା କରାଯିବ । ସ୍କୁଲ ପରିସରରେ ଅନାବନା ଘାସ କଟାଯିବ । ଏଥିସହ ମଧ୍ୟାହ୍ନ ଭୋଜନ ସାମଗ୍ରୀ ମଧ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ । ସ୍କୁଲ୍ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ଆସିବେ ।

ଖରା ପାଇଁ ଏପ୍ରିଲ ୨୫ ରୁ ସ୍କୁଲ ଛୁଟି କରିଦେଇଥିଲେ ରାଜ୍ୟ ସରକାର । ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ସକାଳୁଆ ହୋଇଥିବା ବେଳେ ଏପ୍ରିଲ ୨୫ ରୁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।