ଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ | News Room Odisha

ଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ

ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି :

ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ।ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍।ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା। କାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ।

ଅର୍ଥାତ:- ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍‌କାୟୀତ ରହିଥାଏ,ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।ହେ କୁନ୍ତିପୁତ୍ର,ଏହି ଅଗ୍ନି ପରି ପ୍ରଜ୍ୱଳିତ,ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ।