ଆସନ୍ତା ୧୮ ଓ ୧୯ ତାରିଖରେ ନୂଆ ବିଧାୟକମାନଙ୍କ ଶପଥ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରୋଟେମ ସ୍ପିକର ନିଯୁକ୍ତ | News Room Odisha

ଆସନ୍ତା ୧୮ ଓ ୧୯ ତାରିଖରେ ନୂଆ ବିଧାୟକମାନଙ୍କ ଶପଥ, ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରୋଟେମ ସ୍ପିକର ନିଯୁକ୍ତ

ଭୁବନେଶ୍ୱର – ବିଜେପିର ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେଲା ପରେ ଏବେ ନବଗଠିତ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ଶପଥ ନେବେ । ଚଳିତମାସ ୧୮ ଓ ୧୯ ତାରିଖରେ ନୂଆ ବିଧାନସଭାର ବିଧାୟକମାନେ ଶପଥ ଗ୍ରହଣ କରିବେ । ବିଧାୟକଙ୍କୁ ଶପଥ ପାଠ କରାଇବା ପାଇଁ ରାଜ୍ୟପାଳ ରଘୁବର ଦାସ ୮ ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ପ୍ରୋଟେମ ସ୍ପିକର ବା ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ଆସନ୍ତାକାଲି ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରୋଟେମ ସ୍ପିକର ଭାବେ ଶପଥ ନେବେ । ଜୁନ୍ ୧୮ ଓ ୧୯ ତାରିଖରେ ନବନିର୍ବାଚିତ ବିଧାୟକଙ୍କ ଶପଥ ପରେ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ ।