ଛତିଶା ନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ | News Room Odisha

ଛତିଶା ନିଯୋଗ ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଚୂଡାନ୍ତ

ପୁରୀ – ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ଉପରେ ମୋହର ଲାଗିଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଦତ୍ତ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଚୂଡାନ୍ତ ହୋଇଥିବା ନିତୀକାନ୍ତି ନିର୍ଘଣ୍ଟ ଅନୁସାରେ ଜୁନ ୨୨ ଭୋର ସାଢେ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ମଧ୍ୟରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ପରେ ପୂର୍ବାହ୍ନ ୯ଟା ୧୦ରେ ମଙ୍ଗଳ ଆଳତି ହେବ । ମଧ୍ୟାହ୍ନ ୩ଟାରେ ଛେରାପହଁରା ପରେ ୩ଟା୪୦ରୁ ଶ୍ରୀଜିଉଙ୍କ ଗଜବେଶ ଆରମ୍ଭ ହେବ । ପରେ ରାତି ସାଢେ ୭ଟାରୁ ୧୦ ପର୍ଯ୍ୟନ୍ତ ସାହାଣମେଳା ଦର୍ଶନ ଚଲିବ । ସେହିପରି ଜୁନ୍ ୧୭ରେ ରାଜେନ୍ଦ୍ରାଭିଷେକ,୧୮ରେ ରୁକ୍ମିଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଅନୁଷ୍ଠିତ ହେବ ।