ଗୀତା ଉପଦେଶ: ନିଜ ବୁଦ୍ଧିର ପ୍ରୟୋଗ ଈଶ୍ୱରାନୁକୂଳ ହେବା ଉଚିତ | News Room Odisha

ଗୀତା ଉପଦେଶ: ନିଜ ବୁଦ୍ଧିର ପ୍ରୟୋଗ ଈଶ୍ୱରାନୁକୂଳ ହେବା ଉଚିତ

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗରେ କହୁଛନ୍ତି –

ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ । ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି।*

ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଙ୍ଖ୍ଯ ଯୋଗ ବିଷୟରେ କହିଲି। ହେ ପାର୍ଥ ତୁମକୁ ବୁଦ୍ଧି ଯୋଗ ବିଷୟରେ କହୁଛି। ଏହି ପରି ବିଚାର ଯୁକ୍ତ କର୍ମ କଲେ ତୁମେ କର୍ମ ବନ୍ଧନରୁ ମୁକ୍ତିଲାଭ କରିବ।