ଡିପଥେରିଆ ମୁକାବିଲା ପାଇଁ କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ୍ ଟିକା | News Room Odisha

ଡିପଥେରିଆ ମୁକାବିଲା ପାଇଁ କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ୍ ଟିକା

ଭୁବନେଶ୍ୱର – ବ୍ୟାପୁଥିବା ଡିପଥେରିଆ ସଂକ୍ରମଣର ମୁକାବିଲା ପାଇଁ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କାଲିଠାରୁ ପ୍ରଭାବିତ ଅଞ୍ଚଳରେ ବୁଷ୍ଟର ଡୋଜ୍ ଟିକା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କାଶୀପୁରରେ କାଲିଠାରୁ ଦିଆଯିବ ବୁଷ୍ଟର ଡୋଜ ଟିକା । ୧ ବର୍ଷ ବୟସ ଶିଶୁଙ୍କୁ ଦିଆଯିବ ପେଣ୍ଟା ଡୋଜ୍ । ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି। ପ୍ରଭାବିତ ଅଞ୍ଚଳରେ ସର୍ଭେଲାନ୍ସ ଚାଲିଛି । ଲକ୍ଷଣ ଥିଲେ ଆଣ୍ଟିବାୟୋଟିକ୍ ଦିଆଯାଉଛି ।ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି।