ନେଦରଲ୍ୟାଣ୍ଡସରେ ବାହା ହେଲେ ନବୀନଙ୍କ ପୁତୁରା ଅରୁଣ, ନାଦିଆଙ୍କୁ କଲେ ଜୀବନସାଥୀ | News Room Odisha

ନେଦରଲ୍ୟାଣ୍ଡସରେ ବାହା ହେଲେ ନବୀନଙ୍କ ପୁତୁରା ଅରୁଣ, ନାଦିଆଙ୍କୁ କଲେ ଜୀବନସାଥୀ

ଆମଷ୍ଟରଡାମ – ବିବାହ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ। ନେଦରଲ୍ୟାଣ୍ଡସରେ ବିବାହ କରିଛନ୍ତି ଅରୁଣ । ନାଦିଆଙ୍କୁ କରିଛନ୍ତି ଜୀବନସାଥୀ। ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଓ ବିଜୁ ପଟ୍ଟନାୟକଙ୍କ ନାତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ। । ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ବିବାହର ଫଟୋ ଓ ଭିଡିଓ ସେଆର କରିଛନ୍ତି।