ଲକ୍ଷ୍ମଣ ବାଗଙ୍କୁ ନବୀନ - 'ଓଃ ୟୁ ଡିଫିଟେଡ୍ ମି' ‌ | News Room Odisha

ଲକ୍ଷ୍ମଣ ବାଗଙ୍କୁ ନବୀନ – ‘ଓଃ ୟୁ ଡିଫିଟେଡ୍ ମି’ ‌

ଭୁବନେଶ୍ୱର – ନବଗଠିତ ବିଧାନସଭାର ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଗୃହରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ହିଞ୍ଜିଳିରୁ ଲଗାତର ଷଷ୍ଠ ଥର ଭାବେ ବିଧାୟକ ନିର୍ବାଚିତ ହୋଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଶପଥ ନେଇଥିଲେ । ଶପଥ ନେବା ପରେ ସେ ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇ ଚାଲିଯାଉଥିବା ବେଳେ ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ମାଝି ନବୀନଙ୍କୁ ଦେଖି ଠିଆ ହୋଇ ନମସ୍କାର କରିବା ସହ ନିଜର ପରିଚୟ ଦେଇଥିଲେ । ନବୀନ ଲକ୍ଷ୍ମଣଙ୍କ ଆଗରେ ଟିକେ ଅଟକି ପ୍ରତି ନମସ୍କାର ଜଣାଇବା ସ‌ହ ଓଃ ୟୁ ଡିଫିଟେଡ୍ ମି ( ଆଛା, ଆପଣ ମୋତେ ହରାଇଛନ୍ତି) ବୋଲି କହିଥିଲେ । ଏମିତି କହି ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇ ଚାଲିଯାଇଥିଲା। କଣ୍ଟାବାଞ୍ଜି ଆସନରୁ ଲକ୍ଷ୍ମଣ ବାଗ୍ , ନବୀନଙ୍କୁ ପରାସ୍ତ କରିଥିଲେ ।