ତିନିବର୍ଷ ପରେ ବାରବାଟୀକୁ ଫେରିବ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ | News Room Odisha

ତିନିବର୍ଷ ପରେ ବାରବାଟୀକୁ ଫେରିବ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ

ମୁମ୍ବାଇ – ତିନି ବର୍ଷରୁ ଅଧିକ ସମୟ ପରେ ବାରବାଟୀକୁ ଫେରିବ ଆନ୍ତର୍ଜାତିକ କ୍ରିକେଟ । ଆସନ୍ତାବର୍ଷ ସୀମିତ ଓଭର ସିରିଜ ପାଇଁ ଇଂଲଣ୍ଡ କ୍ରିକେଟ ଦଳ ଭାରତ ଗସ୍ତରେ ଆସିବ । ଭାରତ ଓ ଇଂଲଣ୍ଡ ତିନିଟିକିଆ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ କଟକରେ ଖେଳାଯିବ । ଆଉ ୫ ବର୍ଷ ପରେ ବାରବାଟୀରେ ଖେଳାଯିବ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ । ଶେଷଥର ପାଇଁ ବାରବାଟୀରେ ୨୦୧୯ ମସିହାରେ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ‌ ମଧ୍ୟରେ ଖେଳାଯାଇଥିଲା।

ତେବେ, ବାରବାଟୀରେ ଶେଷ ଥର ପାଇଁ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ୨୦୨୨ ମସିହା ଜୁନ ୧୨ ତାରିଖରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ୪ ୱିକେଟରେ ପରାସ୍ତ ହୋଇଥିଲା।